ସରିଲା ଅଭିଜିତ ଆୟର ମିତ୍ରଙ୍କ ରିମାଣ୍ଡ ଅବଧି, କୋଣାର୍କ ଜେଏମ୍ଏଫ୍ସିରେ ହାଜର କଲା କୋଣାର୍କ ପୋଲିସ

କୋଣାର୍କ(କେନ୍ଯୁଜ୍) : ସରିଲା ଅଭିଜିତ ଆୟର ମିତ୍ରଙ୍କ ରିମାଣ୍ଡ ଅବଧି । କୋଣାର୍କ ଜେଏମ୍ଏଫ୍ସିରେ ହାଜର କଲା କୋଣାର୍କ ପୋଲିସ । ୪୮ ଘଣ୍ଟିଆ ରିମାଣ୍ଡରେ ନେଇ କୋଣାର୍କ ପୋଲିସ ଅଭିଜିତ୍ଙ୍କୁ ଜେରା କରିଛି । କେବେ କୋଣାର୍କ ଆସିଥିଲେ ? କାହା ସହ ଆସିଥିଲେ । କୋଣାର୍କ ଉପରେ ମନ୍ତବ୍ୟ ଦେବା ପଛରେ ଉଦ୍ଦେଶ୍ୟ କଣ ? ଏପରି ବିଭିନ୍ନ ପ୍ରଶ୍ନ ପଚାରିଛି କୋଣାର୍କ ପୋଲିସ । ପୁରୀ ଏସ୍ପିଙ୍କ ନେତୃତ୍ୱରେ ନିମାପଡ଼ା ଏସ୍ଡିପିଓ ଓ କୋଣାର୍କ ଆଇଆଇସି ଜେରା କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଅଭିଜିତ୍ କୋଣାର୍କ ସୂର୍ୟ୍ୟମନ୍ଦିର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଅଭିଜିତଙ୍କୁ ଶୁକ୍ରବାର ଦିନ ୨ଟାରୁ ୪୮ ଘଣ୍ଟିଆ ରିମାଣ୍ଡରେ ନେଇଥିଲା କୋଣାର୍କ ଥାନା ପୋଲିସ ।