ଆସନ୍ତାକାଲି ପୁଣି ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ୍ ଆୟର ମିତ୍ର

ଭୁବନେଶ୍ବର(କେନ୍ଯୁଜ୍) :ବିଧାନସଭା ଗୃହ କମିଟି ଆଗରେ ଆସନ୍ତାକାଲି ପୁଣି ହାଜର ହେବେ ଅଭିଜିତ୍ ଆୟାର ମିତ୍ର । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆଜି ଗୃହ କମିଟି ଆଗରେ ହାଜର ହୋଇଥିଲେ ଅଭିଜିତ୍ ଆୟାର ମିତ୍ର । ସତ୍ୟପାଠ ସହ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ହେଲେ ଆଜି ସତ୍ୟପାଠ ଦାଖଲ କରିପାରିନଥିବାରୁ କାଲି ପୁଣି ଗୃହ କମିଟି ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଭିଜିତଙ୍କ ସତ୍ୟପାଠକୁ ଆଧାର କରି ଗୃହ କମିଟି ପରବର୍ତ୍ତୀ କାର୍ଯ୍ଯପନ୍ଥା ନିର୍ଦ୍ଧାରଣ କରିବ । କେବଳ ସ୍ୱାଧିକାର ଭଙ୍ଗ ନୁହେଁ ଅଲଗା ଦିଗକୁ ମଧ୍ୟ ତର୍ଜମା କରିପାରେ କମିଟି ।
ଓଡ଼ିଶା, କୋଣାର୍କ ମନ୍ଦିର ଓ ବିଧାୟକଙ୍କ ପ୍ରତି ଅପଶଦ୍ଦ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ । ଏନେଇ ତାଙ୍କ ନାଁରେ ଭୁବନେଶ୍ୱର ସହିଦନଗର ଓ କୋଣାର୍କ ଥାନାରେ ମାମଲା ରହିଛି । କମିଶନରେଟ ପୋଲିସ ତାଙ୍କୁ ଗତ ୨୩ ତାରିଖରେ ଗିରଫ କରିବା ପରେ ଏବେ ସେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି । ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲାରେ ରଖାଯାଇଛି ।