ଜନ୍ମ ନେଲା ଅଦଭୁତ ଶିଶୁ, ହାତ ପାପୁଲି ଓ ପାଦରେ ରହିଛି ସମସ୍ୟା

ରେଢାଖୋଲ (କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ରେଢାଖୋଲ ମେଡିକାଲରେ ଆଜି ଏକ ଅଦଭୁତ ପିଲା ଜନ୍ମ ନେଇଛି । ଏଠାକାର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅସ୍ତ୍ରୋପଚାର ପରେ ଜଣେ ମହିଳାଙ୍କ ଠାରୁ ଏହି ପିଲାଟି ଜନ୍ମ ନେଇଥିଲା । ପିଲାର ହାତ ଆଙ୍ଗୁଠି ଏବଂ ପାଦ ଆଙ୍ଗୁଠି ଅଦଭୁତ ଦିଶୁଛି ।

ତେବେ ଶିଶୁ ପୁତ୍ରର ସମସ୍ତ ଅଙ୍ଗ ଠିକ ରହିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ନାକଟିଦେଉଳ ବ୍ଲକ, ଶିମିଳିପାଳ ପଞ୍ଚାୟତ ଚରଡପଶି ଗାଁ’ର ଭରତ ପୋଢ ଓ ଦୀପ୍ତିମୟୀଙ୍କ ପ୍ରଥମ ଗର୍ଭରୁ ଗତକାଲି ରାତିରେ ଜନ୍ମ ହୋଇଥିଲା ଏହି ଶିଶୁ ପୁତ୍ର । ଶିଶୁର ହାତର ଓ ପାଦର ପାପୁଲି ଗୁଡିକ ମଝିରୁ ଫାଡି ହୋଇ ରହିଛି । ଯାହା ସାଧାରଣ ଜନ୍ମିତ ଶିଶୁଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । ଯାହାକୁ ନେଇ ବାପା ମା ପରିବାର ଲୋକେ ଚିନ୍ତାରେ ରହିଛନ୍ତି । ଶିଶୁର ଥିବା ସମସ୍ୟାକୁ ପ୍ଲାଷ୍ଟିକ ସର୍ଜରୀ ଜରିଆରେ ସମାଧାନ କରାଯାଇ ପାରିବ କି ତାକୁ ନେଇ ଗୁହାରୀ କରିଛନ୍ତି ପରିବାର ଲୋକେ।

Leave A Reply

Your email address will not be published.