ଚତୁର୍ଥ ପର୍ଯ୍ୟାୟରେ ଭୋଟ ଦେବେ ପ୍ରାୟ ଏକ କୋଟି ଭୋଟର, ୪୬୦ ପ୍ରାର୍ଥୀଙ୍କର କରିବେ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର (କେନ୍ୟୁଜ): ଜୁନ ୧ରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା ଆସନରେ ଭୋଟିଂ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଶେଷ ପର୍ଯ୍ୟାୟରେ ମୋଟ ୪୬୦ ପ୍ରାର୍ଥୀ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ୬୬ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ୩୯୪ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ସବୁଠୁ ବେଶୀ ଭୋଟର ଅଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି ।
ଶେଷ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ଏକ କୋଟି ଭୋଟର ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମୋଟ ୯୯ ଲକ୍ଷ ୬୧ ହଜାର ଭୋଟରଙ୍କ ମଧ୍ୟରୁ ୫୦ଲକ୍ଷ ୮୮ ହଜାର ପୁରୁଷ । ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର । ଜୁନ ୧ରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ ହେବ । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର କରାଯାଇଛି । ୧୪ଶହରୁ ଅଧିକ ସଖୀ ବୁଥ ଥିବା ବେଳେ ୨୦ ପ୍ରତିଶତ ବୁଥକୁ ଆଦର୍ଶ ବୁଥ କରାଯାଇଛି। ଏହି ପର୍ଯ୍ୟାୟରେ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବୁଥ ମୁହାଁ ହେଲେଣି ପୋଲିଂ ପାର୍ଟି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୋଲିସ ସହ ୧୨୫ କଂପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।