ପୁଣି ଗଞ୍ଜେଇ ଗଡ଼ ଗଜପତିରୁ ୨୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ,୨୬ ମାଫିଆ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ପୋଲିସକୁ ବଡ ସଫଳତା । ଆର.ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ,ସମ୍ବଲପୁର ଅଞ୍ଚଳର  ଦୁର୍ଗମ ଗ୍ରାମାଞ୍ଚଳରେ ପୋଲିସର କଡାକଡି ଯାଞ୍ଚ ବେଳେ ପୃଥକ ପୃଥକ ଭାବେ ଚାରୋଟି ସ୍ଥାନରୁ ୨୧ କ୍ବିଣ୍ଟାଲ ୪୫ କେଜି ୯୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣା ସମ୍ପୃକ୍ତ ସାତ ମହିଳାଙ୍କ ସମେତ ସମୁଦାୟ ୨୬ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ବହୁ ବଡ ବଡ ଦାମୀ ଗାଡି ମଧ୍ୟ ଜବତ କରାଯାଇଛି ।

ganja seized 1

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଦଶକୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା S. D. P. O ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.