ମାନସିକ ବିକାର ଗ୍ରସ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର ଜିଲ୍ଲା ଖଇରା ଥାନା କୋଚିଆ କୋଇଲି କଲ୍ଯାଣ ମଣ୍ଡପରେ ଘଟିଛି ଏଭଳି ଘଟଣା।ଜବରଦସ୍ତ ବୃଦ୍ଧାଙ୍କୁ ଦୁର୍ଷ୍କମ ପରେ ଛାଡି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ।

ସୋର (କେନ୍ୟୁଜ): ମାନସିକ ବିକାର ଗ୍ରସ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ରାସ୍ତା କଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ। ଖବର ପାଇ ଖଇରା ପୋଲିସର ତଦନ୍ତ ଆରମ୍ଭ ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା କୋଚିଆ କୋଇଲି କଲ୍ଯାଣ ମଣ୍ଡପରେ ଜଣେ ମାନସିକ ବିକାର ଗ୍ରସ୍ତ ବୃଦ୍ଧା ରହୁଥିବା ବେଳେ ଜଣେ ବ୍ଯକ୍ତି ବାଇକରେ ଆସି କଲ୍ଯାଣ ମଣ୍ଡପ ନିକଟରେ ବାଇକ ରଖି ବୃଦ୍ଧା କୁ ପାଣି ମାଗିଥିଲେ। ବୃଦ୍ଧା ଜଣଙ୍କ କଲ୍ଯାଣ ମଣ୍ଡପ ଭିତରକୁ ପାଣି ଆଣିବା ପାଇଁ ଯାଇଥିଲା ବେଳେ ବ୍ଯକ୍ତି ଜଣଙ୍କ ଭିତରେରେ ପଶି ଜୋର ଜବରଦସ୍ତ ବୃଦ୍ଧାଙ୍କୁ ଦୁର୍ଷ୍କମ ପରେ ଛାଡି ଫେରାର ହୋଇଯାଇଥିଲେ। ବୃଦ୍ଧା ଜଣଙ୍କ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋ ବୃଦ୍ଧାଙ୍କ ପାଖରୁ ସମସ୍ତ କଥା ଶୁଣି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ବୃଦ୍ଧା ଜଣଙ୍କ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.