ସିସିଟିଭି କ୍ୟାମେରାରେ କଏଦ ହେଲା ଏସି ଚୋର, ଛାତକୁ ଚଢ଼ି ଚୋରୀ କରୁଛି ଏସି ପାଇପ୍‌ ଓ ତାର

ତାଳଚେର (କେନ୍ୟୁଜ) : ସିସିଟିଭି କ୍ୟାମେରାରେ ଏସି ଚୋର। ଆପଣ ବି ଯଦି ଏସି ଲଗାଇଛନ୍ତି ତାହେଲେ ସାବଧାନ ହୋଇଯାନ୍ତୁ। ନଚେତ ଆପଣ ବି ଏମିତି ଚୋର ମାନଙ୍କର ଚୋରୀର ଶିକାର ହୋଇପାରନ୍ତି। ଇଏ ଏମିତି ସେମିତି ଚୋର ନୁହେଁ ଏସି ଚୋର। ଦେଖନ୍ତୁ କେମିତି ରାତି ଅଧରେ ଛାତ ଉପରେ ବସି ଏସି ପାଇପ୍‌ ଚୋରୀ କରୁଛି।

ବିଚରା ଚୋର ଭାବିଛି ମୁଁ ରାତି ୨ଟା ଅଢ଼େଇଟାରେ ଯିବି ଆଉ ନିରଳାରେ ଚୋରି କରିନେଇଆସିବ। କିନ୍ତୁ ସେ କାହୁଁ ଜାଣିବ ତାର ସବୁ କାରନାମା ସିସିଟିଭି କ୍ୟାମେରାରେ କଏଦ ହେଉଛି ବୋଲି। ପ୍ରଥମେ ପ୍ରଥମେ ତ ଏ ଦୃଶ୍ୟ ଦେଖି ଲାଗୁଛି ଯେମିତି ଲୁଙ୍ଗି ଗଞ୍ଜି ପିନ୍ଧା ଏ ବ୍ୟକ୍ତି ତାର ନିଜ ଘରର ଏସି ସଜାଡୁଛି, କିନ୍ତୁ ପରେ ଜଣାପଡୁଛି ଯେ ଏ ତ ଏସି ଚୋରଟା।

ଏ ଦୃଶ୍ୟ ହେଉଛି ତାଳଚେରର। ଏଠାରେ ଥିବା ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରୀ କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର ଏସି ପାଇପ ଓ ତାର କାଟି ଚୋରୀ କରିନେଇଛି ଏହି ଚୋର। ଚୋରୀ ବେଳର ଏହି ଦୃଶ୍ୟ ସିସି ଟିଭିରେ କଏଦ ହେବା ସହ ଏବେ ଭାଇରାଲ ହେବାର ଲାଗିଛି ।

ସୂଚନା ଅନୁସାରେ ତାଳଚେର ତାମ୍ରିତ ମାର୍କେଟରେ ଥିବା ମନସୁନ , ସୀମା ଟେଲର , ଅଭୀପ୍ସା ବିଉଟି ପାର୍ଲର , ବାସନ୍ତୀ ଇଲେକ୍ଟ୍ରୋନିକ୍ସ , ଆକାଶ ଡ୍ରେସ ଓ ଆସିଆନ ଫେସନ ଦୋକାନର ମାଲିକ ମାନେ ଦୋକାନ ଖୋଲିବା ପରେ ଯେତେବେଳେ ଏସି ଚଲାଇ ଥିଲେ, ସେତେବେଳେ ଏସି ଚାଲି ନଥିଲା । କଣ ହୋଇଛି ବୋଲି ଦେଖିବା ବେଳକୁ ଛାତ ଉପରୁ ଏସିର ତାର ଆଉ ପାଇପ କେହି ଚୋରୀ କରି ନେଇଥିବା ଦେଖିବାକୁ ମିଳିଥିଲା ।

କିଏ ଓ କାହିଁକି ଏଭଳି କରିଛି ଚିନ୍ତା କରି ସିସି ଟିଭି ଜାଞ୍ଚ କରିବା ବେଳେ ରାତି ୨.୩୦ ରୁ ୨.୪୫ ସମୟରେ ଜଣେ ବ୍ୟକ୍ତି ଆସି ଛାତ ଉପରକୁ ଚଢି ଏହି ୫ ଟି ଦୋକାନରେ ଲାଗିଥିବା ଏସିର ତାର ଆଉ ପାଇପ କାଟି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସମ୍ପୃକ୍ତ ଚୋର ଏଭଳି ଏସିର ପାଇପ ଆଉ ତାର କାହିଁକି ଚୋରୀ କରିଲା ତାହ ଜଣା ପଡି ନାହିଁ । କିନ୍ତୁ ସନ୍ଦେହ କରାଯାଉଛି ଯେ ଏହାକୁ ଚୋରୀ କରି କବାଡିରେ ବିକ୍ରି କରିବା ପରେ ମଦ ପିଇବାକୁ ଏଭଳି କରି ଥାଇ ପାରେ।ତେବେ ଘଟଣା ଯାହା ବି ହୋଇଥାଉ ନା କାହିଁକି, ଆପଣ ଖାଲି ସତର୍କ ଆଉ ସାବଧାନରେ ରୁହନ୍ତୁ। ନଚେତ ଆପଣ ବି କେତେବେଳେ ଚୋରି ର ଶିକାର ହେଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.