ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ, କହିଲେ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ନବୀନ କହିଛନ୍ତି, ମୁଁ ପୂର୍ବରୁ କହି ସାରିଛି ସେ ମୋ ଉତ୍ତରାଧିକାରୀ ନୁହନ୍ତି । ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ । ପାଣ୍ଡିଆନ ବିଜେଡିରେ ଯୋଗ ଦେଇଛନ୍ତି, କିନ୍ତୁ କୌଣସି ପଦବୀରେ ନାହାନ୍ତି । ସେ ନିର୍ବାଚନ ମଧ୍ୟ ଲଢ଼ି ନାହାନ୍ତି । ଶିକ୍ଷା, ଖେଳ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପାଣ୍ଡିଆନ ବହୁତ ଭଲ କାମ କରିଛନ୍ତି ବୋଲି କହିଛନ୍ତି ନବୀନ । ‘ବାତ୍ୟା ଓ କୋଭିଡ ସମୟରେ ବହୁତ ଭଲ କାମ କରିଛନ୍ତି ପାଣ୍ଡିଆନ। ‘ମନ୍ଦିର ରୂପାନ୍ତରୀକରଣରେ ମଧ୍ୟ ସେ ବହୁତ ଭଲ କାମ କରିଛନ୍ତି।

ଏହା ସହିତ ନବୀନ କହିଛନ୍ତି ଦୀର୍ଘ ଦିନ ଧରି ଓଡ଼ିଶାର ସେବା କରିବା ପାଇଁ ବିଜେଡ଼ି ସରକାରଙ୍କୁ ଓଡ଼ିଶାର ଜନସାଧାରଣ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ।

ଅନ୍ୟପଟେ ଫଳାଫଳ ଆସିବା ପରେ ଦିଲ୍ଲୀ ଯାଇଥିବା ଭି.କେ ପାଣ୍ଡିଆନ ଆଜି ନବୀନ ନିବାସ ଫେରିଛନ୍ତି । ନବୀନ ନିବାସରେ ଅନ୍ୟ ବିଜେଡି ନେତାମାନେ ମଧ୍ୟ ପହଞ୍ଚୁଥିବାର ସୂଚନା ରହିଛି ।

 

You might also like