ସିମେଣ୍ଟ କାରଖାନାରେ ବଡ଼ ଧରଣର ଅଘଟଣ, ୩ ରୁ ୪ ଜଣ ଶ୍ରମିକ ଚାପି ହୋଇଥିବା ଆଶଙ୍କା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ ହପର୍ ଭୁଶୁଡ଼ି ଯାଇଛି । ଯାହା ଫଳରେ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି । ସୂଚନାନୁସାରେ ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି ।

ଯାହା ଫଳରେ ଏକାଧିକ ଶ୍ରମିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ୩ ରୁ ୪ ଜଣ ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଉଦ୍ଧାର କାର୍ଯ୍ୟରେ କ୍ରେନ୍‌କୁ ଲଗାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ଲାଣ୍ଟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିବାବେଳେ ଏଭଳି ଅଘଟଣ ନେଇ ପ୍ଲାଣ୍ଟ ବାହାରେ ଉତ୍ତେଜନା ପ୍ରକାଶ ପାଇଛି।

You might also like