ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ତୁଳସୀ ଗଣନାଟ୍ୟର ଅଭିନେତା ଆହତ, କାର୍ ଚାଳକ ଗୁରୁତର

ସୋର : ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା । ବାଲେଶ୍ଵର ଜିଲ୍ଲା ୧୬ ନଂମ୍ବର ଜାତୀୟ ରାଜପଥ ତାରିଣୀ ପୋଲ ନିକରେ ତୁଳସୀ ଗଣନାଟ୍ୟ ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଓ କାର ମୁହିଁମୁହିଁ ଧକ୍କା ହୋଇଛି । ଏଥିରେ କଳାକାର ଅଶ୍ୱନୀ ବ୍ରହ୍ମା ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଗୁରୁତର ଅବସ୍ଥାରେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।
ସୂଚନା ଅନୁସାରେ ନୀଳଗିରି ଅଞ୍ଚଳରୁ ଯାତ୍ରା ତୁଳସୀ ଗଣନାଟ୍ୟ ପଡ଼ିଥିବା ବେଳେ ଯାତ୍ରା ସାରି ନିଜ କାରରେ ଅଶ୍ବିନୀ ଭୁବନେଶ୍ୱର ଫେରୁଥିବା ବେଳେ ୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ଛକ ନିକଟରେ କାର ସହିତ ଟ୍ରକର ମୁଁହାମୁଁହିଁ ଧକ୍କା ହୋଇଛି । ଏହାଫଳରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥା ଡ୍ରାଇଭର ସୋମନାଥ ଦାସଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଅଶ୍ୱନୀଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ : ପାଟୁଆ ଯାତ୍ରା ବେଳେ ଅଘଟଣ: ଡିଜେ ବାଜୁଥିବା ସମୟରେ ୧୧ କେଭି ତାର ଲାଗି ଦୁଇ ମୃତ