ଅନାଥ ହୋଇଗଲା ୪ ବର୍ଷର ଶିଶୁପୁତ୍ର, ଦୁର୍ଘଟଣାରେ ଚାଲିଗଲା ବାପା- ମାଙ୍କ ଜୀବନ

ଯାଜପୁର : ଯାଜପୁର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ । ଘଟଣା ସ୍ଥଳରେ କୁନିପୁଅ ଆଖି ସାମ୍ନାରେ ଚାଲିଗଲା ମାଆଙ୍କ ଜୀବନ । ଗୁରୁତର ବାପାଙ୍କ ଚିକିତ୍ସାଧିନ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ଆଜି ଗୋଟିଏ ପରିବାରର ବାପା ମା ଓ ତାଙ୍କର ୪ ବର୍ଷର ଶିଶୁପୁତ୍ର ଏକ ବାଇକରେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ହଠାତ ପୁରୁଣା ଟୋଲଗେଟ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ମାଆର ମୃତ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ୪ ବର୍ଷର ଶିଶୁପୁତ୍ରକୁ ପାଣିକୋଇଲି ପୋଲିସ ହେପାଯତକୁ ନିଆଯାଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ପାଣିକୋଇଲି ପୋଲିସ ।
ଆହୁରି ପଢ଼ନ୍ତୁ : ଟ୍ରକ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ