ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଅଘଟଣ, ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର

ତାଳଚେର(କେନ୍ଯୁଜ୍) : ତାଳଚେର ଲିଙ୍ଗରାଜ କୋଇଲା ଖଣି ଭିତରେ ଅଘଟଣ । ଖଣି ଭିତରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି କାମ କରୁଥିବାବେଳେ ଅଘଟଣ ଘଟିଛି । ବିଦ୍ୟୁତ୍‌ ଚାର୍ଜ ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ନାଁ ଭୁବନ ନାଏକ । ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ନରୋତ୍ତମ ନାହାକ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ଉତ୍କଳ ଇଲେକ୍‌ଟ୍ରିକାଲର ଠିକା କର୍ମଚାରୀ ବୋଲି ଜଣାପଡ଼ିଛି ।

ଏହି ଘଟଣା ପରେ ଠିକା କର୍ମଚାରୀମାନେ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଲିଙ୍ଗରାଜ କୋଇଲା ଖଣିରେ ଆନ୍ଦୋଳନ ଚଳାଇଛନ୍ତି । ଏମସିଏଲ୍‌ର ବିଦ୍ୟୁତ ବିଭାଗର ଜଣେ ଅଧିକାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ତାଳଚେର ବିଧାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

 

 

You might also like