ଗୋରୁ ଗାଡିକୁ ଧକ୍କା ଦେଲା ଟ୍ରଲର, ୧୧୧ଟି ଗୋରୁ ଉଦ୍ଧାର

ଟାଙ୍ଗୀ(କେନ୍ଯୁଜ୍) : ଗୋରୁ ଗାଡିକୁ ଧକ୍କା ଦେଲା ଟ୍ରଲର । ଟାଙ୍ଗୀ ଥାନା ନିର୍ଗୁଣ୍ଡି ଟୋଲ୍ ଗେଟ୍ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନର ଓ ଟ୍ରଲର ମଧ୍ୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ୧୧୧ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଟ୍ରଲର ଚକାତଳେ ୨ଜଣ ବ୍ୟକ୍ତି ଚାପି ହୋଇ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲ ପଠାଇବା ସମୟରେ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏହି ଗୋରୁ ଗାଡି ଖୋର୍ଦ୍ଧା ବେଗୁନିଆରୁ କୋଲକତାକୁ ଚୋରା ଚାଲାଣ କରାଯାଉଥିଲା। ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।