ନୟାଗଡ Accident : କାର ର ପଛ ଟାୟାର ଫାଟିଯିବାରୁ କାର ଦୁର୍ଘଟଣା ଗ୍ରସ୍ତ । ଜଣେ ମୃତ ୩ ଗୁରୁତର । କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ଅଞ୍ଚଳର ୪ ଜଣ ଯୁବକ ମେଡିକାଲ ଚିକିତ୍ସା ପାଈଁ କଟକ ବାହାରି ଥିଲେ। ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ର ଦେଇ ଆସୁଥିଲେ। ନୟାଗଡ ଜ଼ିଲ୍ଲା ସଦରଥାନା ଶିମିଳିସହି ଠାରେ ଗାଡିର ପଛ ଟାୟାର ଫାଟିଯାଇଥିଲା । ଗାଡିଟି ଆମ୍ବ ଗଛରେ ମାଡ଼ ହୋଇଥିଲା । ପଛରେ ବସିଥିବା ଜୟନ୍ତ ରାଉତ ଡୋର ଖୋଲି ଯାଇଥିଲା । ସେଠାରେ ସେ ରାସ୍ତାରେ ପଡି ଯାଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ୩ ଜଣ ସାମାନ୍ୟ ଆହାତ ହୋଇଛନ୍ତି । ସଦରଥାନା ପୋଲିସ ପହଞ୍ଚି ମୃତଦେହକୁ ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି ।
Also read : ଘର ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ଜଳବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ