ଛାତ୍ରନିବାସର ଶୌଚାଳୟରେ ଅଘଟଣ : ଛୁରା ମାଡ଼ରେ ୨ ଛାତ୍ର ଗୁରୁତର

childମୟୁରଭଞ୍ଜ : ପୁଣିଥରେ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବାରିପଦା ଜିଲ୍ଲା ସାରସକଣା ବ୍ଳକ ସରସ୍ୱତୀ ଶିଶୁମନ୍ଦିରରେ ଘଟିଛି ଅଘଟଣ । ଛାତ୍ରାବାସର ଶୌଚାଳୟରେ ଦୁବୁର୍ତ୍ତର ଛୁରା ମାଡରେ ୨ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ଛାତ୍ର ଦ୍ୱୟଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଛାତ୍ର ଦୁଇ ନବମ ଶ୍ରେଣୀର ମନୋଜଜ କୁମାର ମହାନ୍ତ ଓ ଷଷ୍ଠ ଶ୍ରେଣୀର ସନ୍ଦିପ ହାଁସଦା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ , ଆଜି ଭୋର ସମୟରେ ଛାତ୍ରାବାସରେ ରହୁଥିବା ଏହି ୨ ଛାତ୍ର ଶୌଚ ପାଇଁ ଯାଇଥିଲେ। ସେହି ସମୟରେ କେହି ଜଣେ ଦୁବୁର୍ତ୍ତ ପ୍ରଥମେ ସନ୍ଦିପକୁ ଆକ୍ରମଣ କରିଥିଲା। ସନ୍ଦିପର ଚିତ୍କାର ଶୁଣି ଶୌଚାଳୟରୁ ମନୋଜ ବାହାରି ଆସିବାରୁ ଦୁବୁର୍ତ୍ତ ଜଣକ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରି ଫେରାର ହୋଇଯାଇଥିଲା । ଉଭୟଙ୍କୁ ଦୁବୁର୍ତ୍ତ ଜଣକ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ଆହତ ଛାତ୍ର ।

ସ୍କୁଲ କତ୍ତୃପକ୍ଷ ଖବର ପାଇ ଛାତ୍ର ମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଝାରପୋଖରିଆ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବର୍ତ୍ତମାନ ଯାଏଁ ପୋଲିସ ଦୁବୁର୍ତ୍ତକୁ ଧରି ପାରିନଥିବା ବେଳେ କେଉଁ କାରଣରୁ ଏଭଳି ମାରଣାନ୍ତକ ଆକ୍ରମଣ ହୋଇଛି ତାହାର ସୁରାକ ମଧ୍ୟ ପାଇ ନାହିଁ । ତେବେ ସ୍କୁଲ ଛାତ୍ରାବାସ ମଧ୍ୟକୁ ପସି ଛାତ୍ର ମାନଙ୍କୁ ଏଭଳି ଆକ୍ରମଣ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.