ବିଜ୍ ଉଦଘାଟନ ପରେପରେ ଅଘଟଣ : ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଛି ଭୁବନେଶ୍ୱର ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ । ଏହି ସମୟରେ ଜଣେ ବ୍ରହ୍ମପୁର ଗେଟବଜାର ବାସିନ୍ଦା ସିମାଞ୍ଚଳ ରାଉଳଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଛନ୍ତି। ଉଦଘାଟନ ସମୟରେ ସିମାଞ୍ଚଳଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ସ୍ଥାନୀୟ କରପୋରେଟର ଦେବୀ ପ୍ରସାଦ ନନ୍ଦ ତୁରନ୍ତ ତାଙ୍କୁ ଡ଼ାକ୍ତରଖାନା ନେଇଥିଲେ। କିନ୍ତୁ ସେହି ସମୟରେ ରାସ୍ତାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।