ଲୁଟ୍‌ କରିବା ପଡିଲା ମହଙ୍ଗା: ସୁନା ଚେନ୍‌ ଛଡାଇ ଦୃତ ଗତିରେ ଖସି ପଳାଉଥିବା ବେଳେ ଘଟିଲା ଦୁର୍ଘଟଣା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବେନେଶ୍ବର: ଲୁଟ୍‌ କରିବା ପଡିଲା ମହଙ୍ଗା। ଲୁଟ୍‌ କରି ଦୃତ ଗତିରେ ଖସି ପଳାଉଥିବା ବେଳେ ଘଟିଲା ଦୁର୍ଘଟଣା। ଶେଷରେ ଧରାପଡି ମେଡିକାଲରେ ଭର୍ତ୍ତି ହେଲେ ଦୁଇ ଲୁଟେରା । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଧଉଳି ଅଞ୍ଚଳରେ । ଗତକାଲି ସନ୍ଧ୍ୟାରେ ଧଉଳି ରାସ୍ତାରେ ଦୁଇଜଣ ମହିଳା ଇଭନିଂଓ୍ଵାକ୍ କରୁଥିବା ବେଳେ ଦୁଇଟି ବାଇକ୍‌ରେ ୫ଜଣ ଦୁର୍ବୁତ୍ତ ଆସି ସେମାନଙ୍କୁ ଖଣ୍ଡା ଦେଖାଇ ସୁନା ଚେନ୍‌ ଛଡାଇ ନେଇଥିଲେ ।

ଏହାପରେ ଲୁଟେରାମାନେ ଦୃତ ଗତିରେ ଖସି ପଳାଉଥିବା ବେଳେ ଭାରସାମ୍ୟ ହରାଇ ଟର୍ଣ୍ଣିଂ ନିକଟରେ ପିଟି ହୋଇଯାଇଥିଲେ । ଯାହାପରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇ ଲୁଟେରା ହେଲେ କାର୍ତ୍ତିକ ସେଠୀ ଓ ଶ୍ରୀନିବାସ ଭୋଇ । ଘଟଣା ସ୍ଥଳରୁ ବାଇକ୍‌, ଖଣ୍ଡା ଓ ସୁନା ଚେନ୍‌ ଜବତ କରିଛି ଧଉଳି ଥାନା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.