ପାଟନା ମେଟ୍ରୋ ଟନେଲ କାମବେଳେ ଅଘଟଣ: ୨ ଓଡ଼ିଆ ଶ୍ରମିକ ମୃତ, ୬ ଆହତ

ପାଟନା ମେଟ୍ରୋ ଟନେଲ କାମବେଳେ ଅଘଟଣ । ୨ ଓଡ଼ିଆ ଶ୍ରମିକ ମୃତ, ୬ ଆହତ । ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି । କାମ ଚାଲିଥିବା ବେଳେ ଲୋକ ମେସିନର ବ୍ରେକ ଫେଲ ହେବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ବିହାର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ।

ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶାର ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ସହାୟତା ଦିଆଯିବ । ଘଟଣାକୁ ନେଇ ବିହାର ସରକାରଙ୍କ ସହ କଥା ହେବେ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ।