ବୌଦ୍ଧ : ୫୭ ନମ୍ବର ଜାତୀୟ ରାଜପଥ କୋରଡ଼ାକୋଠା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ

ବୌଦ୍ଧ(କେନ୍ୟୁଜ୍): ମର୍ମନ୍ତୁଦ ଦୁର୍ଘଟଣା ନେଲା ଜୀବନ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କୋରଡ଼ାକୋଠା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବାବେଳେ କୋରଡାକୋଠା ନିକଟରେ ରମାକାନ୍ତଙ୍କ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ତାଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରମାକାନ୍ତ ସେଠୀଙ୍କ ମୃତ୍ୟୁ ହୋଇଛି।