ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୮ମୃତ

କେନ୍ୟୁଜ୍: ଦୁର୍ଘଟଣାର ଦିନ । ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଳା ବଡଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳ ନିକଟରେ ଆଇଚରକୁ ପଛରୁ ଧକ୍କା ଦେଲା କଣ୍ଟେନର। ଏଥିରେ ଗାଡି ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଚଣ୍ଡୀଖୋଲ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତକ ଦୁଇଜଣଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେମାନେ ତାମିଲନାଡୁର ହୋଇଥିବା ଜଣାପଡିଛି ।

ସେହିପରି ଗଞ୍ଜାମ ଡେଙ୍ଗାଓସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗାଁର ରାଧା ସାହୁ । ସକାଳୁ ଫୁଲ ତୋଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ପରେ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଥିଲା । ଖବର ପାଇ ପାଟପୁର ପୋଲିସ ପହଞ୍ଚି ରାସ୍ତାରୋକ ହଟାଇଥିଲେ ।

bramhapur accidentସେପଟେ ପାଟପୁର ଶେରଗଡରେ ଦୁର୍ଘଟଣାରେ ରୋହିଗାଁର ସୀମାଞ୍ଚଳ ସେଠୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜଳେଶ୍ୱରରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏକ ଘରୋଇ ଆମ୍ବୁଲାନ୍ସରେ ୫ଜଣ ରୋଗୀ ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସୁଥିବାବେଳେ ଲକ୍ଷ୍ମଣନାଥ ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମେଡିକାଲ ଯିବା ବାଟରେ ମୃତ୍ୟୁ ହୋଇଛି।

ସେହିପରି କଟକ ଚୌଦ୍ୱାର ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା କାର । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ମିଳି ନଥିବା ବେଳେ ସେମାନେ ଭୁବନେଶ୍ୱରର ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.