ଦୁର୍ଘଟଣାରେ ଜଳିଗଲା ବାଇକ୍‌ , ୩ ମୃତ

ଗଜପତି : ଦୁର୍ଘଟଣାରେ ଜଳିଗଲା ବାଇକ୍‌ । ବାଇକ୍‌ ସହ ଆରୋହୀ ମଧ୍ୟ ଜଳିଗଲେ । ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ବଡ଼ଗାଁ ନିକଟରେ । ଏକ ଟାଟା ସୁମୋ ଏବଂ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଥିଲା । ଦୁର୍ଘଟଣା ପରେ ବାଇକ୍‌ଟି ଜଳି ଜଳି ଯାଇଥିଲା । ବାଇକ୍‌ରେ ଥିବା ଜଣେ ଲୋକ ମଧ୍ୟ ଜିଅନ୍ତା ଜଳି ଯାଇଥିଲେ । ତେବେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉଭୟ ରାୟଗଡ଼ ଏବଂ ଗୁରାଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।