ଟ୍ରକ ଧକ୍କାରେ ବାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡା : ମହାକାଳପଡା ଖରିନାସୀ ଗ୍ରାମରେ ରାସ୍ତା ଅବରୋଧ । ଗାଁର ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ପୁଅର ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ମୃତ ଲିଟୁନଙ୍କ ବାଇକକୁ ଜମ୍ବୁ-ମାର୍ଶାଘାଇ ଛପାଲିଠାରେ ଏକ ଧାନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ । ମହାକାଳପଡ଼ା ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.