ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ରାଜନଗର ନିକଟରେ ଦୁର୍ଘଟଣା, ପିକଅପ୍ ଓ ଟ୍ରାକ୍ଟର ଧକ୍କାରେ ୩ ଶ୍ରମିକ ମୃତ, ୧୨ ଆହତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ବକାୱଣ୍ଡ ରାଜନଗର ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ ହୋଇଛନ୍ତି । ପିକଅପ୍ ଓ ଟ୍ରାକ୍ଟର ଧକ୍କାରେ ୩ ଶ୍ରମିକ ମୃତ, ୧୨ ଆହତ । ମୃତ ଶ୍ରମିକମାନେ ଏମ. କେରାଗାଁ ପଞ୍ଚାୟତ ଶିରିଗୁଡ଼ା ଗାଁର ଧନାଇ ଭତ୍ରା, ପୂର୍ଣ୍ଣି ଭତ୍ରା ଓ ଦୟାବତୀ ସରାବୁ। ଶ୍ରମିକମାନେ ଛତିଶଗଡ ବକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ କାମ କରନ୍ତି ।
ସୂଚନା ଅନୁସାରେ ୨୦ରୁ ୨୫ ଜଣ ଶ୍ରମିକ ଫାର୍ମରୁ କାମ ସାରି ଘରକୁ ଫେରୁଥିବା ସମୟରେ ଏକ ଧାନ ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଆହତ ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡିମାରାପାଲା ସ୍ଥିତ ମେଡ଼ିକାଲ କଲେଜରେ ପହଞ୍ଚି ଗୁରୁତର ମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ।