ଚକା ଫାଟି ରାସ୍ତାରେ ଓଲଟିଲା ବସ୍: ଜଣେ ଯାତ୍ରୀ ମୃତ, ଏକାଧିକ ଆହତ

ନବରଙ୍ଗପୁର: ଚକା ଫାଟିବାରୁ ରାସ୍ତାରେ ଓଲଟିଲା ବସ୍ ଜଣେ ମୃତ । ନବରଙ୍ଗପୁର ତାରାଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏସବିଟି ନାମକ ଏକ ଘରୋଇ ବସଟି ରାଇଘରରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଜୟପୁର ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ ତଳେ ଜଣେ ଯାତ୍ରୀ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଏଥିରେ ଅକେକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : ଘରୋଇ ବସ୍ ସହ ପିଟି ହେଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ