ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ନିକଟରେ ଦୁର୍ଘଟଣା: କାର୍‌ ସହ ରାସ୍ତା ପାର୍ଶ୍ୱରେ ଥିବା ୬ଟି ଅଟୋକୁ ଧକ୍କା ଦେଲା ତେଲ ଟ୍ୟାଙ୍କର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ନାଭାଲ ଛକ ନିକଟରେ କାର ଓ ତେଲ ଟ୍ୟାଙ୍କର ମଧ୍ଯରେ ଧକ୍କା। ତେଲ ଟ୍ୟାଙ୍କରଟି‌ ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌ ସହ ରାସ୍ତା ପାର୍ଶ୍ୱରେ ଥିବା ୬ ଗୋଟି ଅଟୋକୁ ମଧ୍ୟ ଧକ୍କା ଦେଇଥିଲା ଟ୍ୟାଙ୍କରଟି ।

ସୂଚନା ଅନୁଯାୟୀ ଟ୍ୟାଙ୍କରଟି ଭାରସ୍ୟାମ ହରାଇ କାର୍ ସମେତ ଆଭା ହସ୍ପିଟାଲ ନିକଟରେ ଠିଆ ହୋଇଥିବା ୬ ଟି ଅଟୋ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬ ଟି ଅଟୋ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାର୍‌ରେ ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ସ୍ବାମୀ, ସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ବାଲୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.