ଧନୁଯାତ୍ରା ଦେଖିବା ହେଲା କାଳ , ନୂଆପଡ଼ା ଦର୍ଲିମୁଣ୍ଡା ଗାଁ ନିକଟରେ ପୋଲରୁ ଖସି ୩ ବାଇକ୍‌ ଚାଳକ ମୃତ

ନୂଆପଡ଼ା(କେନ୍ୟୁଜ୍) : ଯାତ୍ରା ଦେଖିବା ହେଲା କାଳ। ପୋଲରୁ ଖସି ୩ ବାଇକ ଚାଳକ ମୃତ। ନୂଆପଡ଼ା-ପଦ୍ମପୁର ରାସ୍ତା ଦର୍ଲିମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଖଲିଆପାନି ଗାଁର। ଏମାନେ ତିନି ଜଣ ନୂଆପଡ଼ାରୁ ଧନୁଯାତ୍ରା ଦେଖି ବାଇକ୍‌ରେ ଫେରୁଥିଲେ। ତେବେ ଦର୍ଲିମୁଣ୍ଡା ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା। ଆଜି ସକାଳେ ମୃତଦେହ ପାଣିରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ନୂଆପଡ଼ା-ପଦ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।