ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଅଘଟଣ, ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ରାୟଗଡା :  ରାୟଗଡ଼ା ଆବାସିକ ବିଦ୍ୟାଳୟରେ ଘଟିଗଲା ଅଘଟଣ । ଛାତ୍ରମାନେ ପରସ୍ପର ମଧ୍ୟରେ ଜାଦୁ ଖେଳ ଖେଳୁଥିବା ସମୟରେ ଜଣେ ଛାତ୍ରଙ୍କର ବେକରେ ବାଜି ଯାଇଥିଲା ବ୍ଲେଡ। ଯାହାଫଳରେ ଛାତ୍ର ଜଣକ ଗୁରୁତର ହୋଇଯାଇଥିଲେ । ଘଟଣାଟି ଘଟିଛି କାଶିପୁର ବ୍ଲକ ଟିକିରି ଅଞ୍ଚଳରେ ଥିବା ସାନ ମାଟି କଣା ଆବାସିକ ବିଦ୍ୟାଳୟ ରେ ।

ଗୁରୁତର ଛାତ୍ରଙ୍କୁ କାଶିପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକା ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ା ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯନ୍ତ ଛାତ୍ର ଛାତ୍ରୀ ରହି ପାଠ ପଢ଼ନ୍ତି।

You might also like