ଚମ୍ପୁଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ପୁଅ ମୃତ, ମା’ ଗୁରୁତର

କେନ୍ଦୁଝର : ଚମ୍ପୁଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ସହ ଏକ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ହେଉଛି ରାଜେଶ୍ କୁମାର ସିଂହ । ଏହା ସହ ରଜେଶଙ୍କ ମା’ ରମାବତୀ ଦେବୀ ଗୁରୁତର ଆହତ ହୋଇଛନ୍ତି । ରମାବତୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ରମାବତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚଣାପଡିଛି । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଛାନଭିନ୍ କରୁଛି ପୋଲିସ୍ । ତେବେ ଦୁର୍ଘଟଣା ପରେ ଡ୍ରାଇଭର୍ ଟ୍ରକ ସହ ଫେରାର୍ ହୋଇଯାଇଛି ।