Categories: ରାଜ୍ୟ

ଯାଜପୁର: ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ପୋଲ ଉପରୁ ଝୁଲିକି ରହିଲା ଡମ୍ଫର

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ଗତକାଲି ରାତି ୯ଟା ୪୫ମିନିଟ୍ ସମୟରେ ଏକ ଆଇରନ ବୋଝେଇ ଡମ୍ଫର ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଉପରେ ଦୁର୍ଘଟଣାଗସ୍ତ ହୋଇଥିଲା। ଯାହାପରେ ପୋଲର ଫୁଟଫାତ ଉପରେ ଚଢ଼ି ଡମ୍ଫରଟି ଝୁଲିକି ରହିଥିଲା। ଯାହାଫଳରେ ନିଶ୍ଚିତ ମୃତ୍ୟମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ।

ସୂଚନା ଅନୁଯାୟୀ, ଉକ୍ତ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଏଭଳି ଘଟଣା ଘଟାଇ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ଜେନାପୁର ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଥାନାକୁ ନେଇଥିବା ବେଳେ ଡମ୍ଫରଟିକୁ ଜବତ କରିଛି ।

ଏହି ଦୁର୍ଘଟଣା ପରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ସ୍ଥାନୀୟ ସଚେତନ ନାଗରିକ ମଞ୍ଚର ସଦସ୍ୟ, ଜନସାଧାରଣ ଓ ପୋଲିସ ପକ୍ଷରୁ ଟ୍ରାଫିକ ଜାମ ହଟାଯାଇଥିଲା । ଉକ୍ତ ରାଜପଥଟି ଅଣଓସାରିଆ ସାଙ୍ଗକୁ ଖାଲଖମାରେ ପରିପୂର୍ଣ୍ଣ। ତେଣୁ ମଦ୍ୟପ ଚାଳକଙ୍କ ବେପରୁଆ ଗାଡିଚାଳନା ପାଇଁ ଉକ୍ତ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ସହ ଧନଜୀବନ ହାନି ହେଉଛି। ନିକଟରେ ଏହି ଜାତୀୟ ରାଜପଥର ପଙ୍କପାଳ ଛକ ନିକଟର ଦମ୍ପତିଙ୍କ ଉପରେ କ୍ରୋମାଇଟ ବୋଝେଇ ଗାଡି ଓଲଟି ପଡିଥିଲା।

Sonalisa

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

10 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

18 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

25 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

33 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

35 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

43 mins ago