ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦୁଇ ମୃତ

ବଲାଙ୍ଗୀର: ବଲାଙ୍ଗୀର-ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗଛରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏନଏଚ୍ ୨୬ ମଠଖାଇ ପାହାଡ ନିକଟରେ ଏଭଳି ଅଘଟଣ ଘଟିଛି । ବାଇକ୍ ଆରୋହୀଙ୍କ ଗାଡ଼ି ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

ଆହୁରି ପଢ଼ନ୍ତୁ : ଗ୍ୟାସ ଟାଙ୍କି ଫାଟି ୫ ଦୋକାନ ଭସ୍ମିଭୂତ, ପଣାଯାତ୍ରା ପଡିଆରେ ଅଘଟଣ