କୋଣାର୍କ-ଭୁବନେଶ୍ବର ମୁଖ୍ୟ ରାସ୍ତାରେ ଅଘଟଣ: ବାଇକ୍ ଦୁର୍ଘଟଣାରେ ଗଲା ୨ ଜୀବନ

ଗୋପ (କେନ୍ୟୁଜ): ବାଇକ୍ ଦୁର୍ଘଟଣା ନେଲା ୨ ଜୀବନ । କୋଣାର୍କ-ଭୁବନେଶ୍ବର ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ୨ଯୁବକ ହେଲେ ଗୋପ ନାଗପୁର ନିକଟ ଗୋଲପୁର ଗ୍ରାମର ରାକା ଭୋଇ ଓ ଡାଙ୍ଗୁ ନିଶଙ୍କ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ।

ସୂଚନା ଅନୁସାରେ ଗତକାଲି ୨ ଯୁବକ କୋଣାର୍କ ଭଗବତୀ ମନ୍ଦିରରୁ ନିଜ ଭାଇର ବିବାହ ଘର ସାରି ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ କୋଣାର୍କ ଭୁବନେଶ୍ୱର ମୁଖ୍ୟ ରାସ୍ତା ଦଶବାଟିଆ ସ୍କୁଲ ରାସ୍ତା ଉପରେ ଭାରସ୍ୟାମ ହରାଇ ଛିଟିକି ପଡିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଖବର ପାଇ କୋଣାର୍କ ପୋଲିସି ପହଞ୍ଚି ତଦନ୍ତ ସହିତ ପରିସ୍ଥିତିକୁ ଆୟତ୍ତ କରିଛି ।

You might also like