କଟକ ଟାଙ୍ଗୀସ୍ଥିତ ୧୬ନଂ ଏନଏଚ୍ ବଇଁଚୁଆ ଛକ ନିକଟରେ ଦୁର୍ଘଟଣା : ଟ୍ରଲରକୁ ପିଟିଲା କଣ୍ଟେନର, ୨ ମୃତ

ଟାଙ୍ଗୀ, କଟକ (କେନ୍ୟୁଜ୍) : ଦୁର୍ଘଟଣା ନେଲା ୨ ଜୀବନ। ଟ୍ରଲରକୁ ପିଟିଲା କଣ୍ଟେନର। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଣ୍ଟେନରର ଡ୍ରାଇଭର ଓ ହେଲପର। କଟକ ଟାଙ୍ଗୀ ସ୍ଥିତ ୧୬ନଂ ଏନଏଚ୍ ବଇଁଚୁଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ଟ୍ରରଲଟି ଚଣ୍ଡିଖୋଲ ଆଡୁ କଟକ ଯାଉଥିବା ବେଳେ ବଇଁଚୁଆ ଛକ ନିକଟରେ ଗାଡିର ଆଗ ଚକ ଫାଟି ଯାଇଥିଲା। ଡ୍ରାଇଭର ଚକ ବଦଳାଇବା ସମୟରେ ଏକ କାର୍‌ ବୋଝେଇ କଣ୍ଟେନର ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ୨ଜଣ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଟାଙ୍ଗୀ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ମୃତଦେହ ବାହାର କରାଯାଇଥିଲା।