ନିୟମ କଡାକଡି ହେବା ପରେ ଓଡିଶାରେ କମିଛି ଦୁର୍ଘଟଣା, ୧୯୦ଟି ଲାଇସେନ୍ସ ହୋଇଛି ରଦ୍ଦ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାରେ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ । ଜାନୁଆରୀ ଓ ଫେବ୍ରୁଆରୀରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ୧୫.୩୪ ପ୍ରତିଶତ କମିଛି । ଦୁର୍ଘଟଣା କ୍ଷେତ୍ରରେ ୨୦୨୧ ତୁଳନାରେ ୧୫.୩୪ ପ୍ରତିଶତ କମିଛି ଦୁର୍ଘଟଣା । ସେହିପରି ଦୁର୍ଘଟଣା ଜନିତ ମୃତ୍ୟୁ ୨୦୨୧ ତୁଳନାରେ ୧୦.୩୩ ପ୍ରତିଶତ କମିଛି । ୨୦୨୧ ତୁଳନାରେ ୩୨୭ଟି କମ ଦୁର୍ଘଟଣା ହୋଇଛି ।

ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ୯୯ଟି କମ ରହିଛି । ନିୟମ କଡାକଡି ହେବା ପରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଥିବା ପରିବହନ ସଚିବ ଉଲ୍ଲେଖ କରିଛନ୍ତି । ଗତ ରାତିରେ ମଦ୍ୟପ ଗାଡି ଚାଳକ ମାନଙ୍କୁ ଧରିବା ପାଇଁ ଓଡିଶା ପୋଲିସ ଆଉ ପରିବହନ ବିଭାଗର ମିଳିତ ଡ୍ରାଇଭ ହୋଇଥିଲା । ୩ ହଜାର ଗାଡି ଚେକିଂ କରାଯାଇ ଥିଲା । ୩୯୧ ଜଣ ମଦ୍ୟପାନ କରି ଗାଡି ଚାଳନାକାରୀଙ୍କୁ ଧରାଯାଇଛି । ୩୬୪ ଗାଡି ଅଟକ ରହିଛି । ସେହିପରି ୧୯୦ଟି ଲାଇସେନ୍ସକୁ ରଦ୍ଦ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.