ସଂଶୋଧିତ ମୋଟର ଯାନ ଆଇନ ଆସିବା ପରେ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ, ସୂଚନା ଦେଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ

କେନ୍ୟୁଜ୍(ବ୍ୟୁରୋ): ସଂଶୋଧିତ ମୋଟର ଯାନ ଆଇନ ଆସିବା ପରେ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ । ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଛି ୧୭ ପ୍ରତିଶତ । ୨୦୧୯ ସେପ୍ଟେମ୍ବରରେ ରାଜ୍ୟରେ ଲାଗୁ ହୋଇଥିଲା ନୂଆ ଆଇନ । ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ପ୍ରତିମାସରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଖସିବାରେ ଲାଗିଛି । ୨୦୧୮ ଡିସେମ୍ବରରେ ୫୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୯ ଡିସେମ୍ବରରେ ସଡ଼କ ଦୁର୍ଘଟଣା ନେଇଛି ୪୩୦ ଜଣ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହି ସୂନଚା ଦେଇଛନ୍ତି ।

You might also like