ଯିଏ ପରୀକ୍ଷା ରେଜଲ୍ଟ ପରେ ମିଠା ବାଣ୍ଟିଥାନ୍ତା ସିଏ ଏବେ ଶୋଇଛି ଶ୍ମଶାନ ଜୁଇରେ

ଏତେ ବଡ଼ ପୁଅଟି ଅକାଳରେ ସଡ଼କ ଦୁର୍ଘଟଣା ରେ ଚାଲିଯିବ କୋଉ ମାଉସୀ କଣ ଧୈର୍ଯ୍ୟ ଧରିପାରିବ । କେବେ ମାଉସୀ ଭଳି ତୋତେ ପାଳିନି, ପାଳିଥିଲି ମାଆ ଭଳି । ଆଜି ଆଖି ଲୁହ କାନିରେ ପୋଛୁଛି । ଆଉ ରେଜଲ୍ଟ ଦେଖିବାକୁ କିଏ ଆସିବ ଯିଏ ତ ପରୀକ୍ଷା ଦେଇଥିଲା ସେ ତ ଆଉ ଆସିବନି ।

ଭୁବନେଶ୍ୱର (କେନି୍ୟୂଜ) : ଧନ କୁଆଡେ ଗଲୁ ଆମକୁ ଛାଡି, ଆମ ଡାକ କଣ ତୁ ଶୁଣି ପାରୁନୁ । କାହା ମୁହଁ ଚାହିଁ ଆମେ ଏବେ ବଞ୍ଚିବୁ । ଛୁଆଟି ବେଳୁ ଆଣି ତୋତେ ପାଳିଥିଲି, ଛୋଟରୁ କଷ୍ଟ କରି ପାଠ ପଢାଇଲି ହେଲ ତୁ କଣ କଲୁ । ଧନ ଏତେ ସୁନ୍ଦର ପାଠ ପଢ଼ୁଥିଲୁ, ତୋର କାଲି ରେଜଲ୍ଟ ବାହାରିବ, ତୁ କଣ ଦେଖିବୁନି ? ଉଠ ଧନ ଦୌଡ଼ି ଆସେ ମୋ ପାଖକୁ । ତୋ ରେଜଲ୍ଫ ଦେଖିବୁ ମିଠା ବାଣ୍ଟିବ । ଏମିତି କହି ବାହୁନି ବାହୁନି କାନ୍ଦୁଥାଏ ମାଉସୀ । କାହିଁକି ନାଁ ମାଉସୀ ହିଁ ଆଣି ଛୁଆଟି ବେଳୁ କାନି ତଳେ ରଖି ପାଳିଥିଲା । ଏତେ ବଡ଼ ପୁଅଟି ଅକାଳରେ ସଡ଼କ ଦୁର୍ଘଟଣା ରେ ଚାଲିଯିବ କୋଉ ମାଉସୀ କଣ ଧୈର୍ଯ୍ୟ ଧରିପାରିବ । କେବେ ମାଉସୀ ଭଳି ତୋତେ ପାଳିନି, ପାଳିଥିଲି ମାଆ ଭଳି । ଆଜି ଆଖି ଲୁହ କାନିରେ ପୋଛୁଛି । ଆଉ ରେଜଲ୍ଟ ଦେଖିବାକୁ କିଏ ଆସିବ ଯିଏ ତ ପରୀକ୍ଷା ଦେଇଥିଲା ସେ ତ ଆଉ ଆସିବନି ।

ଏ ଯେଉଁ ଶୋକାକୁଳ ଦୃଶ୍ୟ ଦେଖୁଛନ୍ତି ଜଣେ +୨ ଶେଷ ବର୍ଷର ଛାତ୍ର ପାଇଁ । ଯିଏ କି ସଡକ ଦୁର୍ଘଟଣାରେ ଚାଲି ଯାଇ ସମସ୍ତଙ୍କୁ ଶୋକ ସାଗରେ ଭସାଇ ଚାଲିଗଲା ଅଫେରା ରାଇଜକୁ । ଏ ସଡ଼କ ଦୁର୍ଘଟଣା ଯେଉଁ ଭଳି ଭାବରେ ଲୋକଙ୍କ ଜୀବନ ନେଉଛି ତାହା ସମସ୍ତଙ୍କୁ ସ୍ତମ୍ବୀଭୂତ କରୁଛି । କାହା ପୁଅ ଛଡାଇ ନେଇଛି ବାପା ମାଆଙ୍କ ଠାରୁ ତ କାହା ଠାରୁ ମାଆ ବାପା । ଆଉ କାହା ଠାରୁ ଦୁନିଆ ଦେଖି ନଥିବା କୁନି ଛୁଆ ପୁଣି କାହା ମଥାର ସିନ୍ଦୁର । ଏକଥା ସବୁ ସବୁଦିନିଆ ଘଟଣା ପାଲଟି ଗଲାଣି । ଦିନକୁ ଦିନ ଯେତେ ପ୍ରତିକାର ବ୍ୟସ୍ତତା ସଚେତନତା କରିଲେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ଧରୁନି ।

ଗତକାଲି ବାରଙ୍ଗ ଥାନା ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପୁଣି ଯାଇଛି ଜଣେ ଛାତ୍ରର ଜୀବନ । ପରିବାର ଲୋକଙ୍କ ସୂଚନା ଅନୁସାରେ ମୃତକଙ୍କ ନାମ ଓମ୍ ରାଜ ରାଉତରାୟ । ପରିବାର ଲୋକେ ସ୍ନେହରେ ଓମି ବୋଲି ଡାକ୍ତି । ଘର ନୟାଗଡ଼ ଜିଲ୍ଲା ବୋଲଗଡ଼ ନିକଟ କଡ଼ବ ଗାଁରେ । ବାପା ମାଆଙ୍କର ଦୁଇ ପୁଅ ସୋମ ରାଜ ଓ ଓମ୍ ରାଜ । ବାପାଟି ଅଳ୍ପ ଦିନ ତଳେ ହୃଦଘାତରେ ଆରପାରିକୁ ଚାଲି ଯାଇଛନ୍ତି । ବଡ଼ ଭାଇଙ୍କୁ ସାନ୍ତ୍ୱନା ଦେଇ ବୁଝାଇ ବାପାଙ୍କ ମରିବା କଷ୍ଟ ଦେଇନଥିଲେ ଓମ ରାଜ । ଓମ୍ ରାଜ +୨ ପରୀକ୍ଷା ଦେଇଥିଲେ । ପରୀକ୍ଷା ସରିଛି ସେଥିପାଇଁ ଦିନୁ ବେଶ୍ ଖୁସିରେ ବିତାଉଥିଲେ ଓମ୍ ।

ବଡ଼ ଭାଇ ସହିତ ଭଉଣୀର ଜନ୍ମ ଦିନ ପାଳନ ପାଇଁ ଢ଼େଙ୍କନାଳ ଯାଇଥିଲେ । ଜନ୍ମ ଦିନ ଧୁମଧାମରେ ପାଳିଲେ । ଖୁବ ମସ୍ତି ବି କଲେ । ଆଉ ଗତକାଲି ସକାଳ ପ୍ରାୟ ୯ଟା ହେବ, ବାଇକ ଯୋଗେ ବଡ଼ ଭାଇ ସୋମରାଜ ସହିତ ଓମରାଜ ବାରଙ୍ଗ ରାସ୍ତାରେ ଫେରୁଥିଲେ ଭୁବନେଶ୍ୱର । ବାରଙ୍ଗ ଥାନା ନିକଟରେ ଏକ ହାଇୱା ପଛରୁ ଆସି ଧକ୍କା ଦେଲା । ଦୁଇ ଭାଇ ଛିଟିକି ପଡ଼ିଥିଲେ । ବଡ଼ ଭାଇ ସୋମରାଜ ଆହତ ହୋଇ ଥିଲା ବେଳେ ଓମରାଜ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କଲେ ଓମକୁ । ତେବେ ରେଜଲ୍ଟକୁ ଅପେକ୍ଷା କରିଥିବା ପିଲାଟି ଆଉ ନାହିଁ । ପରୀକ୍ଷା ଫଳ ବାହାରିବା ପରେକେତେ ଖୁସି ହୋଇଥାନ୍ତା, ପରିବାର ଲୋକେ ମିଠା ବଣ୍ଟି ସାହି ଭାଇ ଖୁସି ମନାଇଥାନ୍ତେ । ହେଲେ ଏବେ ଓମରାଜଙ୍କ ମୃତ୍ୟୁକୁ ନେଇ ଶୋକରେ ଡୁବି ଯାଇଛଇ ସାରା ପରିବାରା କାହିଁକି ନାଁ ତିନି ମାସ ତଳେ ଓ଼ମରାଜଙ୍କ ବାପା ଚାଲି ଯାଇଥିଲେ । ଆଉ ଏବେ ତିନି ମାସ ନପୂରୁଣୁ ପୁଅ ଚାଲିଗଲା । ଘଟଣାକୁ ବନ୍ଧୁ ପରିବାର ବର୍ଗ ସହିବା କଷ୍ଟକର ହୋଇ ପଡୁଛି । କ୍ୟାପିଟାଲ ହସପିଟାଲ ଶବ ଗୃହ ପାଖରେ ବସିଥିବା ବଡ଼ ଭାଇ ସୋମରାଜ ଯେମିତି ସ୍ଥାଣୁ ପାଲଟି ଯାଇଛି । ପରିବାର ବନ୍ଧୁବର୍ଗ ଦୁଃଖରେ ଲୁହ ଗଡାଉଛନ୍ତି । ଜାଣିଛନ୍ତି ଓମରାଜ ଆଉ ଫେରିବେନି କେବେବି । ହେଲେ ଦୁଃଖର ପଥରକୁ ଛାତିରେ ରଖି ପରିବାର ଲୋକେ ତାଙ୍କ ଆଖିକୁ ଦାନ କରିଛନ୍ତି । ଏବେ ଓମଙ୍କ ଆଖିରେ ଆଉ ଜଣେ ଦେଖି ପାରିବ ଦୁନିଆ । …. ଦୁର୍ଘଟଣା ଭଳି ଘଟଣାକୁ ରୋକିବା ହୁଏତ ସମ୍ଭବ ନୁହେଁ । ହେଲେ ସତର୍କତା ଅନେକାଂଶରେ ଏହାକୁ କମାଇ ପାରିବ । କାରଣ ଏକ ସର୍ଭେ ଅନୁସାରେ ମନୁଷ୍ୟକୃତ ତ୍ରୁଟି, ଅସାବଧାନତା ଯୋଗୁଁ ସର୍ବାଧିକ ସଡ଼କ ଦୁର୍ଘଟଣ ଘଟୁଛି । କିନ୍ତୁ ମୃତକଙ୍କ ପରିବାର ଲୋକେ ଚକ୍ଷୁଦାନ ଓ ଅଙ୍ଗଦାନ ଭଳି ମହାନ୍‌ କାର୍ଯ୍ୟ କରି ଅନ୍ୟ ପାଇଁ ଅମୂଲ୍ୟ ଉପହାର ଭେଟି ଦେଉଛନ୍ତି ।

Leave A Reply

Your email address will not be published.