ଭିଟାମାଟିକୁ ଫେରୁଥିବା ବେଳେ  ଅଘଟଣ , ଟ୍ରେନରେ ଦାଦନ ଶ୍ରମିକଙ୍କ ଗଲା ଜୀବନ

କଣ୍ଟାବାଞ୍ଜି : ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ରାଜ୍ୟ ବାହାର କାମ କରି ଦେହ ସାମାନ୍ୟ ଅସୁସ୍ଥ ହେବା ପରେ ସେଠାରେ ପ୍ରାଥମିକ ଚିକିତ୍ସା କରି ଟ୍ରେନ ଯୋଗେ ପରିବାର ସହ ଘରକୁ ଫେରୁଥିଲେ। ଆଜି ସକାଳୁ ପେସେଞ୍ଜର ଟ୍ରେନରେ ଆସୁଥିବା ବେଳେ ମୁରିବାହାଲ ଷ୍ଟେସନ ଅଚେତ ହୋଇଯାଇଥିଲେ ।  ପରେ ଘର ଲୋକ କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇଥିଲେ । କଣ୍ଟାବାଞ୍ଜି ଷ୍ଟେସନରେ ଡାକ୍ତର ଯାଞ୍ଚ କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଦାଦନ ଶ୍ରମିକ ହେଲେ ଖପ୍ରାଖୋଲ ଥାନା ଭାରୁଆମୁଣ୍ଡା ଗାଁର ଲୋକନାଥ ମାଝି । ଲୋକନାଥ ୫ ମାସ ପୂର୍ବରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ନିଜ ସ୍ତ୍ରୀ ଏବଂ ଛୋଟ ପୁଅ ସହ ଯାଇଥିଲେ। ହେଲେ ଆଜି ନିଜ ଭିଟାମାଟି ପହଞ୍ଚିବା ପୂର୍ବରୁ ଶବ ହୋଇ ଫେରିଲେ।

 

Also read :୪ ଘଣ୍ଟା ପରେ ଯନ୍ତାରେ ପଡିଲା ଭାଲୁ , ୧୫ ବନ କର୍ମଚାରୀ ହୋଇଥିଲେ ନିୟୋଜିତ