ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍): ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ । କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ । ମୃତକ ହେଲେ ମନୋରଞ୍ଜନ ସାହୁ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଓଳେଇଚନ୍ଦନପୁରର ୧୫୭ ନମ୍ବର ବୁଥରେ କାର୍ଯ୍ୟରତ ଥିଲେ ମନୋରଞ୍ଜନ । ତେବେ ଡ୍ୟୁଟି ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ଠାରୁ ମନୋରଞ୍ଜନଙ୍କ ଦେହ ଅସୁସ୍ଥ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।