ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍

ଫୁଲବାଣୀ: ଭିଜିଲାନ୍ସ ହାତରେ ଧରା ପଡିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଟିକାବାଲିର ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ମତ୍ସ୍ଯ କାର୍ଯ୍ୟାଳୟରେ ସହକାରୀ ମତ୍ସ୍ଯ ଅଧିକାରୀ ଭାବେ ୨୦୧୪ରେ ଅବସର ଗ୍ରହଣ କରିଥିଲେ। ଶ୍ରୀ ପାଣିଗ୍ରାହୀଙ୍କର ୨ଲକ୍ଷ ୧୮ହଜାର ୭୯୫ ଟଙ୍କା ଏରିଏର ବିଲ୍ ପାଇବାର ଥିଲା। ଏହାକୁ ପାସ୍ କରିବା ପାଇଁ ଜିଲ୍ଲା ଟ୍ରେଜେରୀର ଆକାଉଣ୍ଟ ଅରୁପ କୁମାର ମିଶ୍ର ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏହାକୁ ନେଇ ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭିଜିଲାନ୍ସ ଏସପି ଟ୍ରାପ କରିବାକୁ ନିର୍ଦ୍ଦେଶ ଦେବା ପରେ ଯୋଜନା ମୁତାବକ ଆଜି ପୂର୍ବାହ୍ନ ୧୧ଟା ସମୟରେ ଆକାଉଣ୍ଟାଣ୍ଟ ଶ୍ରୀ ମିଶ୍ର, ଶ୍ରୀ ପାଣିଗ୍ରାହୀଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିବା ସହ ଗିରଫ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଶ୍ରୀ ମିଶ୍ରଙ୍କ ପିଅନପଡା ଘର ସର୍ଚ୍ଚ କରାଯାଇଛି । ସୂଚନ ଯୋଗ୍ୟ ଯେ, ଟ୍ରେଜେରୀର ଆକାଉଣ୍ଟ ଅରୁପ କୁମାର ମିଶ୍ର ୨୦୧୬ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ୭ ହାଜର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.