ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଟ୍ରାନ୍ସପୋର୍ଟ ବିଲ୍‌ କରାଇ ଦେବାକୁ ଲାଞ୍ଚନେଉଥିଲେ ଆକାଉଣ୍ଟାଣ୍ଟ, ମାଡିବସିଲା ଭିଜିଲାନ୍ସ

କେନ୍ୟୁଜ୍(ବ୍ୟୁରୋ): ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆକାଉଣ୍ଟାଣ୍ଟ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ ବିକାଶ ସାନା । ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଟ୍ରାନ୍ସପୋର୍ଟ ବିଲ୍‌ କରାଇ ଦେବାକୁ ନେଉଥିଲେ ଲାଞ୍ଚ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।

ତାଙ୍କ ପାଖରୁ ନଗଦ ଏକ ଲକ୍ଷ ଟଙ୍କା ଜବତ କରିବା ସହ ବିକାଶ ରହୁଥିବା ନବରଙ୍ଗପୁର ସହର ସ୍ଥିତ ଭଡା ଘରେ ଏବଂ ତାଙ୍କ ନିଜ ଘର ଉମରକୋଟ ରେ ମଧ୍ୟ ଚଢ଼ାଉ ଜାରି ରଖିଛି କୋରାପୁଟ ଭିଜିଲାନ୍ସ ଟିମ।

Leave A Reply

Your email address will not be published.