ଜଗତସିଂହପୁର: କି କଥା ଏଗୁଡ଼ା ….. ପୋଲିସକୁ ପିଟି ଆସାମୀ ଫେରାର…..

ଜଗତସିଂହପୁର(କେନ୍ୟୁଜ୍): ଖାକି ପାଇଁ ଲଜ୍ଯା  । ପୋଲିସକୁ ପିଟିଲା ଆସାମୀ । ଏଭଳି  ଘଟଣା  ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ଗ୍ରାମ ପଂଚାୟତର ତେରମାଣପୁର, ବାଲିସାହି ଗାଁରେ।  ଆସାମୀ ରଞ୍ଜିତ ବରାଳ ଓରଫ ନନ୍ଦ କିଶୋର ବରାଳ ପିତା- ରତ୍ନାକର ବରାଳ ନାମରେ ଆଗରୁ ବହୁ ମକଦମା ରହିଛି । କିନ୍ତୁ ତାକୁ ପୋଲିସ ନଧରି ଟାଳଟୁଳ ନୀତି ଆପଣାଏ । ଯାହାର  ପରିଣତି ଆଜି ଏଭଳି ଦେଖିବାକୁ  ମିଳିଛି । ତିର୍ତ୍ତୋଲ ପୋଲିସର ଧରିତ୍ରୀ ଜେନା ଓ କନେଷ୍ଟବଳଙ୍କୁ ନିସ୍ତୁକ ମାଡମାରି ଲହୁଲୁହାଣ କରିଛି।

jagatsinghpur

ଏହି ଆସାମୀ  ନାମରେ ଆଗରୁ ର୍ତିତୋଲ ଥାନାରେ ୫ଟା  କେସ୍  ପଞ୍ଜିକୃତ ହୋଇଛି।  ପୋଲିସ କେବଳ କେସ୍  ପଞ୍ଜିକୃତ କରି ହାତ ଝାଡ଼ି ବସିଯାଏ। ଦୁଷ୍କର୍ମ, ଚୋରି,ଜୀବନରେ ମାରିଦେବା ଭଳି  ମରଣାତ୍ମକ ଆକ୍ରମଣ,ଦୋକାନ ଘରପୋଡି,ପିକ ଆଇରନ ଚୋରି ଇତ୍ୟାଦି କେସ୍ ଥାଇ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ କଣ ପାଇଁ ନେଇନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସ୍‌ଷ୍ଟି ହୋଇଥିଲା।

ଗତକାଲି ସାଇଲୋ ତୋଟାସାହି ଗ୍ରାମର ଅଙ୍ଗନବାଡି ଘରୁ ଓ ଗ୍ରାମଦେବତୀ ମନ୍ଦିର ଚୋରି ହୋଇଥିଲା। ଯାହାର ତଦନ୍ତ କରିବାକୁ ଯାଇ  ସକାଳେ ପୋଲିସ ପହଞ୍ଚିଥିଲା ଗାଁରେ । ପରେ କିଛି ସମୟ ବିଳମ୍ବରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା। ସନ୍ଧାନୀ କୁକୁର  ଯେତେବେଳେ ଶୁଙ୍ଘି ଶୁଙ୍ଘି ଚୋର ଦୁଆର ମୁହଁରେ ପହଞ୍ଚିଲା ସେତେବେଳେ ଅଭିଯୁକ୍ତ ଜଣକ ଆସି ପୋଲିସ ସହ ଯୁକ୍ତିତର୍କ କରି ହାତାହାତି  କରିଥିଲା । ଯେହେତୁ  କୁକୁର ସାଥିରେ ଦୁଇ ଜଣ  ପୋଲିସ କର୍ମଚାରୀ ଥିଲେ ତେଣୁ ତାଙ୍କୁ  ମାଡ଼ପିଟ କରି  ଫେରାର ହେବାକୁ ସକ୍ଷମ ହୋଇଥିଲା ଅଭିଯୁକ୍ତ ଜଣକ। ଅଭିଯୁକ୍ତକୁ  ଧରିବାକୁ ଯାଇ ପୋଲିସ ନାକେଦମ ହେବ ଫଳରେ ଏବେ ଗାଁ ଚାରିପଟେ ଛକି ରହି ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି  ପୋଲିସ ।

Leave A Reply

Your email address will not be published.