ଜାଲ କାଗଜ ପତ୍ର ଦେଖାଇ ଡ୍ରଗ ଲାଇସେନ୍ସ ହାତେଇବା ପଡ଼ିଲା ମହଙ୍ଗା: ଗିରଫ ହେଲେ ଅଭିଯୁକ୍ତ 

କେନ୍ୟୁଜ୍(ବ୍ୟୁରୋ): ଜାଲ କାଗଜ ପତ୍ର ଦେଖାଇ ଡ୍ରଗ ଲାଇସେନ୍ସ ହାତେଇବା ପଡ଼ିଲା ମହଙ୍ଗା । ଯାଞ୍ଚ ବେଳେ ଜାଲ ଫାର୍ମାସୀ ସାଟିଫିକେଟ ଦେଇଥିବା ଜଣାପଡ଼ିବାରୁ ବଲାଙ୍ଗୀର ସିନ୍ଧେଇକେଲାର ଅରୁଣ ଲାଲ ଜୈନ ଗିରଫ । ଓଡ଼ିଶା ଫାର୍ମାସିଷ୍ଟ ପରିଷଦରେ ତରୁଣ ଲାଲ୍‌ ଜାଲ ପ୍ରମାଣ ପତ୍ର ଦେଇଥିବା ଯାଞ୍ଚ ପରେ ଜଣାପଡ଼ିଥିଲା ।

ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଜାଲ୍‌ ସାର୍ଟିଫିକେଟ ପଛରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ସେସବୁର ଖୋଳତାଡ଼ କରିବ କମିସନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.