Shrimandira : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲି ଦସ୍ତଖତ କରି ମହା ଠକେଇ, ବନ୍ଧା ହେଲା ଅଭିଯୁକ୍ତ

ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲି ଦସ୍ତଖତ କରି ମହା ଠକେଇ ।  ବନ୍ଧା ହେଲେ ଜଣେ,ଆହୁରି ଅଛନ୍ତି ଅନେକ ।  ଜଗନ୍ନାଥ ଟେମ୍ପୁଲ ସ୍କ୍ୱାର୍ଡ ରେ ଚାକିରୀ ନାଁରେ ଫେକ ନିଯୁକ୍ତି ପତ୍ର ବଣ୍ଟନକୁ ନେଇ ପୋଲିସ୍ ର ତନାଘନା ।  ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଏତଲା ପରେ ଆକ୍ସନ ମୁଡ୍ ରେ ପୋଲିସ ।  ଜଣଙ୍କୁ ଗିରଫ କରିଥିବା ବେଳେ ଏକାଧିକ ବ୍ୟକ୍ତିଙ୍କର ରହିଛି ସମ୍ପୃକ୍ତି ଅଭିଯୋଗ ।

ତେବେ ବଳଙ୍ଗା ଅଞ୍ଚଳର ବିପ୍ରସେନ ଭୋଇ ନାମକ ବ୍ୟକ୍ତି କୁ ପୋଲିସ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିଛି । ବିପ୍ରସେନ୍ ଙ୍କ ନାଁରେ ଲାଗିଛି ଏକାଧିକ ସଙ୍ଗୀନ ଦଫା ।  ଭାରତୀୟ ନ୍ୟାୟ ସଂହିତା 319 (2) ଅର୍ଥାତ୍ ଜଣଙ୍କ ପରିଚୟ ଦେଇ ଠକେଇ କରିବାର ଦଫା ଲାଗିଛି ।  318 (4)ଟଙ୍କା ବା ସମ୍ପତ୍ତି ଠକେଇ କରିବାର ଲାଗିଛି ଅଭିଯୋଗ ।

336 (3) ଅର୍ଥାତ୍ ଡିଜିଟାଲ ରେକର୍ଡ଼ରେ ହେରଫେର କରିବାର ଦଫା ଲାଗିଛି ।  ସେହିପରି 340 (2) ଅର୍ଥାତ୍ ଫେକ ବୋଲି ଜାଣି ମଧ୍ୟ ଦସ୍ତାବିଜ୍ କୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଦଫା ଲଗାଇଛି ପୋଲିସ ।  ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଜାଲି ଦସ୍ତଖତ କରି ଏଭଳି ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ସହଜରେ ହଜମ ହେଉନାହିଁ ।  ଜଣେ ନୁହେଁ ବରଂ ଏକାଧିକ ସମ୍ପୃକ୍ତ ଥିବାର ଆକଳନ କରି ଚାଲିଛି ଯାଞ୍ଚ୍ ଓ ତଦନ୍ତ ।  ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ କହିଛନ୍ତି , ତଦନ୍ତ ଏବେ ଜାରି ରହିଛି  ।  ଏବଂ ଏହି ଘଟଣାରେ ବ୍ୟବହୃତ ହୋଇଥିବା ଦସ୍ତାବିଜ୍ ସମ୍ପୂର୍ଣ୍ଣ ଫେକ ।  ତଦନ୍ତ ଚାଲିଥିବାରୁ ଗୋପନୀୟତା ଦୃଷ୍ଟିରୁ ଅନେକ ତଥ୍ୟ ପ୍ରମାଣ ବିଷୟରେ କହିବା ସମ୍ଭବ ନୁହେଁ  ।