କାମ କରୁନି କଟକଣା : ଥମୁନି ସୋସିଆଲ ମିଡିଆରେ ଭାଇରାଲ୍ କ୍ରାଇମ୍

ଭୁବନେଶ୍ବର : କେବେ ଥମିବ ଭାଇରାଲ୍ ଭିଡିଓ କ୍ରାଇମ୍ ? ଏନେଇ ପୋଲିସ ଡିଜି ଆଡ୍ଭାଇଜରି ବି ଜାରି କରିଥିଲେ । ତଥାପି ସୋସିଆଲ ମିଡିଆରେ ଘୂରିବୁଲୁଛି ବହୁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ । ନିକଟରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଜଣେ ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକ ଶାନ୍ତନୁ ବେହେରାକୁ ପେଲିସ ଗିରଫ କରିଛି ।
ଅନ୍ଯପଟେ ପ୍ରେମରେ ବିଫଳ ଓଲିଉଡ୍ର ଜଣେ ନବାଗତ ଅଭିନେତା ବି ଭାଇରାଲ୍ କରିଛନ୍ତି ନିଜ ପ୍ରେମିକା ସହ କିଛି ଅନ୍ତରଙ୍ଗ ଫଟୋ । ତେବେ ଏନେଇ ଥାନାରେ ଅଭିଯୋଗ ହୋଇ ନଥିବା ଭୁବନେଶ୍ୱର ଡିସିପି କହିଛନ୍ତି । କଡ଼ା ଆଇନ ବ୍ୟବସ୍ଥା ଓ ସଚେତନତା ସତ୍ତ୍ୱେ ଏଭଳି ଘଟଣା ବାରମ୍ବାର ସାମନାକୁ ଆସୁଛି । ଏକ୍ଷେତ୍ରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ଯୁବତୀମାନେ ସଚେତନ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଘଟଣାକୁ ରୋକିବା ପାଇଁ କିଛି ଦିନତଳେ ପୋଲିସ ଡିଜି କଟକଣା ଜାରି କରିଥିଲେ । ସବୁ ଜିଲ୍ଲାର ଏସ୍ପିଙ୍କୁ ଆଡଭାଇଜରି ଜାରି ହୋଇଥିଲା । ତଥାପି ଏଭଳି ଘଟଣା ଉପରେ ରୋକ୍ ଲାଗୁନାହିଁ ।