ଅନୁଗୁଳ : ନାବାଳିକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଅନୁଗୁଳ(କେନ୍ୟୁଜ୍) : ନାବାଳିକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି। ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁରେ ଏଭଳି ଘଟଣା ଘଟିଛି । ଅଭିଯୁକ୍ତ ଜଣକ ହେଲା ଶ୍ରୀନିବାସ ଦେହୁରୀ । ପ୍ରେମ ଜନିତ କାରଣରୁ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ଦିନ ଠାରୁ ଶ୍ରୀନିବାସ ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ଅଭିଯୁକ୍ତ ଜଣକ କୋଲକାତାର ଏକ ଜଳଖିଆ ଦୋକାନରେ କାମ କରୁଥିବା ଖବର ପାଇବା ପରେ ପୋଲିସ୍ ସେଠାରୁ ତାକୁ ଗିରଫ କରିଛି । ଏହା ସହ ସେ ବ୍ୟବହାର କରିଥିବା ବାଇକ ଓ ପଥରକୁ ମଧ୍ୟ ଜବତ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.