ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ, ଗୁଳି ଓ ବନ୍ଧୁକ ଜବତ

ରାଉରକେଲା(କେନ୍ୟୁଜ୍):ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ । ଗୁଳି ଓ ବନ୍ଧୁକ ଜବତ । ଅଭିଯୁକ୍ତ ଅଜିତ୍‌ ଓରାମଙ୍କୁ ଗିରଫ କରିଛି ପୋଲିସ୍‌ । ଆଜି ସକାଳେ ଜଲଦା ଫାଣ୍ଡି ଏରିଆରେ ଅଜିତ୍‌ ଲୁଚିଥିବା ଖବର ପାଇବା ପରେ ଚଢାଉ କରିଥିଲା ପୋଲିସ୍‌ । ପୋଲିସ ସହ ଗୁଳି ବିନିମୟ ବେଳେ ଅଜିତ୍‌ର ଗୋଡରେ ଗୁଳି ବାଜିଛି ।

ଅଭିଯୁକ୍ତକୁ ରାଉରକେଲାର ଏକ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନାବାଦୀ ଜମି ଦଖଲକୁ ନେଇ ରାଉରକେଲା ଝିରିପାଣି ଥାନା ଝରିଆଟୋଲାରେ ବାଞ୍ଛାନିଧିଙ୍କୁ ଗୁଳି କରି ହତ୍ୟା କରିଥିଲା ଅଜିତ୍‌ । ଏହି ଘଟଣାକୁ ନେଇ ଝିରିପାଣି ଅଞ୍ଚଳରେ ଗତକାଲି ଠାରୁ ଉତ୍ତେଜନା ଲାଗି ରହିଥିଲା । ହତ୍ୟକାରୀକୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ । ଗୁଳିକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.