ପୋଲିସକୁ ଆକ୍ରମଣ କରି ବନ୍ଧୁକ ଛଡାଇ ନେଇଯିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କାକଟପୁର(କେନ୍ଯୁଜ୍): କାକଟପୁର ଥାନା ଅଧିନସ୍ଥ ଭଣ୍ଡିସାହି ଠାରେ ୨୦୨୦ ମସିହା ଜୁଲାଇ ୨୪ ତାରିଖରେ ଏକ ଜୁଆ ଆଡ୍ଡା ଉପରେ କାକଟପୁର ପୋଲିସ ଚଢାଉ କରିଥିଲା। ଏହି ଚଢାଉ ପରେ ଚାରି ଜଣ ଜୁଆଡିଙ୍କୁ ଗିରଫ କରି ଥାନାକୁ ଫେରୁଥିବା ସମୟରେ ଜୁଆଡ଼ିଙ୍କ କିଛି ସହଯୋଗୀ ଅଧାବାଟରେ ଶିଖରଘାଟ ବ୍ରିଜ ଉପରେ ପୋଲିସକୁ ଅଟକାଇ ଜୁଆଡି ମାନଙ୍କୁ ଛଡାଇ ନେବାକୁ ଉଦ୍ୟମ ଆରମ୍ଭ କରି ପୋଲିସ କୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ କାକଟପୁର ଥାନାର ଏ. ଏସ.ଆଇ ସୂର୍ଯ୍ଯମଣି ମାଝି ଗୁରୁତର ଆହତ ହୋଇଥିବା ବେଳେ , ମୁଖ୍ୟ ଅଭିଯୁକ୍ତ ନରେଶ ସ୍ଵାଇଁ ଓରଫ କାଳିଆ ଏ. ଏସ. ଆଇ ସୂର୍ଯ୍ଯମଣି ମାଝିଙ୍କ ସର୍ଭିସ ପିସ୍ତଲ ସହ ଲୋଡେଡ ୧୧ ରାଉଣ୍ଡ ଗୁଳିକୁ ଛଡାଇନେଇଥିଲା। ସେ ସମୟରେ ଏ.ଏସ.ଆଇ ସୂର୍ଯ୍ଯମଙ୍କ ମାଝି ଏତଲା କ୍ରମେ କାକଟପୁର ଥାନାରେ 142 \2020 ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣା ପରେ ପରେ ଆକ୍ରମଣକାରୀ ନରେଶ ସ୍ଵାଇଁ ଓରଫ କାଳିଆ ଫେରାର ଥିଲା ।

ଗତକାଲି କାକଟପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏକ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ନରେଶ ଓରଫ କାଳିଆକୁ ନାଉଗାଁ ଥାନା ଅଞ୍ଚଳର ଓଷକଣା ଗ୍ରାମରୁ  ଗିରଫ କରିବା ସହ ସେ ନେଇଥିବା ସର୍ଭିସ ପିସ୍ତଲ ସହ ୧୧ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.