ଫେସବୁକରେ ବନ୍ଧୁତା କରି ଠକେଇ କରିଥିଲା ଅଭିଯୁକ୍ତ, ୬ କୋଟି ୧୬ ଲକ୍ଷ ଟଙ୍କାର ଅନଲାଇନ୍ ଫ୍ରଡ

ବ୍ରହ୍ମପୁର: ୬ କୋଟି ୧୬ ଲକ୍ଷ ଟଙ୍କା ଅନଲାଇନ୍ ଫ୍ରଡ ମାମଲାରେ ୫ ଗିରଫ ।  ୨୦୨୪ ଜୁଲାଇ ୯ରେ ବ୍ରହ୍ମପୁରର ଜଣେ ବ୍ୟକ୍ତି ଠକେଇ ଅଭିଯୋଗ କରିଥିଲେ ।  ସଞ୍ଜନା ଶ୍ରୀନିବାସଙ୍କ ସହ ତାଙ୍କର ଫେସବୁକରେ ବନ୍ଧୁତା ହୋଇଥିଲା ।  ସେ ହଂକଂରେ IBMରେ ଚାକିରି କରୁଥିବା କହିଥିଲେ ।

ତାଙ୍କ ପ୍ରରୋଚନାରେ ସେ ୨୦୨୪ ମେ୨୩ ରୁ ୨୦୨୪ ଜୁନ୨୪ ମଧ୍ୟ ରେ ୬ କୋଟି ୧୬ ଲକ୍ଷ ଟଙ୍କା ZAIF ରେ ନିବେଶ କରିଥିଲେ ।  ଏହି ଠକେଇ ମାମଲାର ତଦନ୍ତ କରୁଥିବା ଡିଏସପି ରତ୍ନପ୍ରଭା ଶତପଥୀ ଗୁଜୁରାଟର ପାଞ୍ଚ ଜଣଙ୍କୁ ଗିରଫ କରିଛନ୍ତି ।

ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାନସିଟ ରିମାଣ୍ଡରେ ଓଡ଼ିଶା ଅଣା ଯାଉଛି ।  ସେମାନଙ୍କ ଠାରୁ ସିମ୍ କାର୍ଡ, ପାସ ବୁକ, ହ୍ବାଟସ ଆପ ଚାଟ୍, ଆଧାର କାର୍ଡ, ପାନ୍ କାର୍ଡ ଜବତ କରାଯାଇଛି ।

Also read: ଅନଲାଇନ ସପିଂରେ ହେଉଛି ଫ୍ରଡ, ଜିନିଷ ଅର୍ଡର କରିବା ସମୟରେ ରଖନ୍ତୁ ଏହି ସବୁ ଧ୍ୟାନ