ନାବାଳିକାକୁ ବଳାତ୍କାର ଉଦ୍ୟମ ମାମଲା, ଅଭିଯୁକ୍ତକୁ ପୋକସୋ ଆକ୍ଟ ଧାରା ୧୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ

କଟକ : ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଉଦ୍ୟମ ମାମଲାର ଶୁଣାଣି କରି କଟକ ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ଅଭିଯୁକ୍ତ ଚନ୍ଦନ ବେହେରାକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।  ଜେଲଦଣ୍ଡ ସହ ୩୩ ହଜାର ୫୦୦ ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କରିଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ।  ଜୋରିମାନା ଅନାଦେୟ ଆସାମୀ ଅଧୂକ ୧ ବର୍ଷ ଜେଲଦଣ୍ଡ ଭୋଗିବ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ୩୨୩, ୫୦୬ ଓ ୪୫୦ ଦଫା ଏବଂ ପୋକସୋ ଆକ୍ଟ ଧାରା ୧୮ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

ଅପରପକ୍ଷେ ପୀଡ଼ିତାଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ଲାଗି ଅଦାଲତ କଟକଜିଲା ଆଇନସେବା ପ୍ରାଧୁକରଣଙ୍କୁ ନିର୍ଦେଶ ଦେଇଛନ୍ତି । ୨୦୨୩ ଜୁନ ୨୪ରେ କଟକ ଜଗତପୁର ଥାନାରେ ପୀଡ଼ିତାଙ୍କ ମାଆ ଅଭିଯୋଗ କରି ଜଣାଇଥିଲେ ଯେ, ତାଙ୍କ ଝିଅକୁ ୨୩ ତାରିଖରେ ଅଭିଯୁକ୍ତ ଚନ୍ଦନ ବଳାତ୍କାର ଉଦ୍ୟମ କରିବା ସହିତ ନାବାଳିକାର ଡ୍ରେସ ଖୋଲି ଦେଇଥିଲା। ନାବାଳିକା ଘଟଣା ସମ୍ପର୍କରେ ନିଜ ମା କୁ କହିବା ପରେ ନାବାଳିକାର ମା ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ଜଗତପୁର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ଚାର୍ଜସିଟ୍ ଦାଖଲ କରିଥିଲା। କଟକ ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ମାମଲାର ଶୁଣାଣି କରି ୧୩ ଜଣ ସାକ୍ଷୀଙ୍କ ବୟାନ ଓ ୧୪ ଟି ତଥ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।

You might also like