କେନ୍ଦୁଝର ପୋଲିସ୍ ହେପାଜତରେ ଅଭିଯୁକ୍ତର ମୃତ୍ୟୁ: ପ୍ରବଳ ମାଡ଼ ଓ ଗୁଳିମାଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ପୋଲିସ୍ ହେପାଜତରେ ଅଭିଯୁକ୍ତର ମୃତ୍ୟୁ । ଅଭିଯୁକ୍ତକୁ ପୋଲିସର ପ୍ରବଳ ମାଡ଼ ଓ ଗୁଳିମାଡ଼ ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ମୃତକର ପରିବାର । ମୃତକ କେ ବଲାଙ୍ଗ ଥାନା ଚୋରଧରା ଅଞ୍ଚଳର ମିଲୁ ବାରିକ । ଅଭିଯୋଗକୁ ଖଣ୍ଡନ କଲା କେନ୍ଦୁଝର ପୋଲିସ୍ । କହିଲା ରୁଗୁଡ଼ି ଥାନାରେ ପଚରା ଉଚୁରା ବେଳେ ହଠାତ୍ ଅସୁସ୍ଥ ହେବାରୁ ନେଇଥିଲୁ ଡାକ୍ତରଖାନା । ଯୋଡ଼ା ଟାଟା ଷ୍ଟିଲ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର ।

ଗତ ନଭେମ୍ବର ୨୮ ତାରିଖ ରାତିରେ ବଲାଣୀ ଥାନା ଲସର୍ଦ୍ଦାରେ ଦମ୍ପତି ଲକ୍ଷ୍ମୀଧର ଆପଟ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ଆପଟଙ୍କୁ ଗୁଳି କରି ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଥିଲା ମିଲୁ ବାରିକ । ସେ ଘଟଣା ପରଠାରୁ ଫେରାର ଥିବାବେଳେ ମିଲୁକୁ ଖୋଜୁଥିଲା ପୋଲିସ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.