ଘରୋଇ କଳିକୁ ନେଇ ଧାରୁଆ ଅସ୍ତ୍ରରେ ଶାଶୁକୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର

ରାୟଗଡ଼ା (କେନ୍ୟୁଜ): ଘରୋଇ କଳହକୁ ନେଇ ଶାଶୁକୁ ହତ୍ୟା କଲା ଜ୍ୱାଇଁ। ଅଭିଯୁକ୍ତ ଫେରାର। ରାୟଗଡ଼ା ସହର ଗୌତମ ନଗର ସ୍ଥିତ ଶିବ ମନ୍ଦୀର ନିକଟରେ ଥିବା ତିନି ମହଲା ଘରର ଉପର ମହଲା ରେ ରହୁଥିଲେ ଗଙ୍ଗାଆମ୍ମା ଗରିଡିଆ ତାଙ୍କ ବଡ ଝିଅ ଓ ସାନ ଝିଅ । ହଠାତ ସାନ ଝିଅ ରୁଦୁମା କନ୍ଧପାଣିର ସ୍ବାମୀ ନବୀନ କନ୍ଧପାଣି ଶାଶୂ ଗଙ୍ଗାଆମ୍ମା ରହୁଥିବା ଘରର ଉପର ମହଲାକୁ ଯାଇ ଗଙ୍ଗାଆମ୍ମା ଗରିଡିଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି।
ହତ୍ୟାକାରୀ ନବୀନ କନ୍ଧପାଣି କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଂଚାୟତ ବାସିନ୍ଦା ସେ ଗଙ୍ଗାଆମ୍ମା ଗରିଡ଼ିଆଙ୍କ ସାନ ଝିଅ ରୁଦୁମା କନ୍ଧପାଣିଙ୍କୁ ବିବାହ କରି ଥିଲେ ତାଙ୍କର ଗୋଟିଏ ଝିଅବି ଅଛି। ପୁର୍ବରୁ ରୁଦୂମା କନ୍ଧପାଣିଙ୍କୁ ସ୍ବାମୀ କିରୋସିନ ପକାଇ ଜାଳି ଦେବାକୁ ଚେଷ୍ଟା କରି ଥିବାରୁ ରୁଦୂମା ମା ଗଙ୍ଗାଆମ୍ମା ଗରିଡିଆ ପାଖକୁ ଆସି ରହିଥିଲେ। ଗତ କାଲି ଗୌତମ ନଗର ଘରକୁ ରାତିରେ ଆସି ଝଗଡା କରିଥିଲା ଆଜି ସନ୍ଧ୍ୟାରେ ଆସି ଶାଶୁଙ୍କୁ ଜୀବନରେ ହାଣି ଦେଇ ଫେରାର ହେଇଗଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।